ଭଗବାନ ଶ୍ରୀକୃଷ୍ଣ ଏମିତି କିଛି ଶିକ୍ଷା ଅର୍ଜୁନଙ୍କୁ ଦେଇଥିଲେ ଯାହା ସଫଳତାର ମୂଳମନ୍ତ୍ର....ଅଟେ
ମହେଶ ଜୀବନରେ ମଣିଷ ଏମିତି କିଛି ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତିକରିଥାଏ ଆଉ ସେଇସବୁ ମୁହୁର୍ତ୍ତରେ ସେ ଅନେକ ଶିକ୍ଷା ମଧ୍ୟ ପାଇଥାଏ ! ଆଉ ସେଇ ମୁହୁର୍ତ୍ତ ଜୀବନର ଇତିହାସ ହୋଇଯାଏ ! ପ୍ରତ୍ୟାକ ସଫଳତାର ଶ୍ରେୟ ଭଗବାନଙ୍କୁ ଦେବା ଉଚିତ କାରଣ ତାଙ୍କରି ବିନା ଇଛାରେ ଗଛର ପତ୍ର ବି ହଲେନାହିଁ। ତଥାପି ଭାଗ୍ୟଗଢ଼ି ତୋଳିବା ପାଇଁ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କୁ ଉତ୍ତର ଦାୟୀ ଭାବିଵା ଆମର ଭୁଲ ଅଟେ ! କାରଣ ଆମ୍ଭେମାନେ ଯଦି ପୌରାଣିକ ଆଡକୁ ନଜରଦବା ତାହେଲେ ସବୁଠି ନିଜର କର୍ମ କୁ ହିଁ ଶ୍ରେୟ ଦିଆଯାଇଅଛି "ଅର୍ଥାତ" ନିଜର କର୍ମ ହିଁ ନିଜର ଭାଗ୍ୟ ! ତେଣୁ ପ୍ରତ୍ୟେକ ମଣିଷ ଜୀବନରେ ଏକ ନିର୍ଦ୍ଧିଷ୍ଟଲକ୍ଷ୍ୟ ରହିବା ଉଚିତ, ଉକ୍ତ ଲକ୍ଷ୍ୟ କୁ ପହଁଚିବା ପାଇଁ ଆବଶକ୍ୟ ବିଧି /ମାନଦଣ୍ଡ ପୁରଣ କରିବା ସହିତ ମନ ଭିତରେ ଶପଥ ନେବା, ହଁ ନିଶ୍ଚୟ ମୁଁ ଏହି କାର୍ଯ୍ୟ ରେ ସଫଳ ହେବି ! ଯଦି ସ୍ଥିର ମନରେ ସଂକଳ୍ପବଦ୍ଧ ହୋଇ କୌଣସି କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେବା ତେବେ ନିଶ୍ଚିତ ସଫଳତା ଆମ୍ଭଙ୍କୁ ସ୍ୱାଗତ କରିବ ! ହେଇପାରେ ସେଥିପାଇଁ ଅନେକ ସଂଘର୍ଷ କରିବାକୁ ପଡିପାରେ ହେଲେବି ନିଜର ମନୋବଳ , ଧର୍ଯ୍ୟ ,ନିଜର ଲକ୍ଷ୍ୟସ୍ଥଳ କେବେବି ଓହରି ଆସିବା ଅନୁଚିତ୍ ! ଆପଣ ମାନେ ଜାଣିଥିବେ ଯେତେବେଳେ ମହାଭା