Posts

Showing posts from January 12, 2020

ଭଗବାନ କହନ୍ତି ଭକ୍ତକୁ/ଓଡ଼ିଆ କବିତା /ତୁ ସିନା ଚୁପ୍ ରହୁ କିଛି କହୁନା ! ହେଲେ ଆଖିତୋର କହେ କହିବାକୁ ଚାହୁଁ ତୋ ହୃଦୟ ବେଦନା !!

Image
ତୁ ସିନା ଚୁପ୍ ରହୁ କିଛି କହୁନା ! ହେଲେ ଆଖିତୋର  କହେ  ହୃଦୟ ବେଦନା !!  ଯିଏ ଯାହା କହିଲେବି ତୁ ଚୁପ ରହୁ ! ମନେ ମନେ ଖାଲି ମୋତେ ଭଜୁଥାଉ !! ତୋ ଆଖିରୁ ମୁ ପାରୁଚିତଜାଣି ! ତୁ କହିବାକୁ ଚାହୁଁ  ତୋ କାହାଣୀ !! ନିଜକୁ କରୁ ଯେବେ ମୋତେ  ସମର୍ପଣ ! ଇଚ୍ଛା ହୁଏ କରିବାକୁ ତୋତେ ଆଲିଙ୍ଗନ !! ଯଦି ମୋ କୋଳକୁ ଥରେ ଆଉଜେଇ ଆଣି ! ସ୍ନେହରେ ତୋ ମୁଣ୍ଡକୁ ଆଉଁସି ଦିଅନ୍ତି ଟିକେ ପୁଣି !! ମନ ଖୋଲି ବହୁତ ତୁ କାନ୍ଦିପକାନ୍ତୁ ! ପଲକ ନପକାଇ ମୋତେ ଦେଖୁଥାନ୍ତୁ !! ସବୁ କଥା ସବୁ ବ୍ୟଥା ଧୋଇ ତୋ ଯାଅନ୍ତା ! ଆଖିର ଲୁହର ସ୍ରୋତରେ ମିଶୁତ ଥାଆନ୍ତା !! ତୁ ଯେବେ ମୋତେ ଚାହିଁଥାଉ ବିକଳରେ ! ଆଖିରୁବି ଲୁହ ମୋ ଆସିଯାଏ ଧାରେ !! ପାରୁତ ନାହିଁ ଡେଇଁ ନିୟତିର ଗାର ! ବସିଅଛି ଏ ଯୁଗେ ଦାରୁ ର ରୂପର !! ଦୁଇ ବାହୁ ଟେକି ପାଖକୁ ଡାକୁଛି ସିନା ! ହେଲେ ଆସିବାକୁ ତ  ତୋତେ ପଡିବନା !! ହୋଉ ତୁ ଆଖିରୁ ଲୁହ ଏତେ ଝରାନା ! ସହି ତୁ ଯାଇଥା ସବୁ ଦୁଖଃ ଆଉ ବେଦନା !! ମୁଁ ପରା ଅଛି ସାଥିରେ ତୋ ହୃଦୟ ମନ୍ଦିରେ ! ଯେତେବେଳେ ଖୋଜିବୁ ପାଇବୁ ତୋ ମନର ଭିତରେ !! କଥାଦେଲି  ଖୋଜିଲେ ତୁ ପାଇବୁ ମୋତେ ! ଅନ୍ତର ଖୋଲି ଡାକୁଥା ରହି ସତ୍ୟର ପଥେ !! 🙏🙏Jay Jagannath🙏🙏

Nitibani images odia,Hindi,English

Image

ସମ୍ପର୍କ ଓଡ଼ିଆ କବିତା(Relation odia kabita)ଆପଣାର ଯେବେ ହୋଇଲେତ ପର ! ହୃଦୟ ମୋ ଗଲା ଭାଙ୍ଗି ସପନର ଘର ଉଜୁଡ଼ି ମୋ ଗଲା ! ପାହିଗଲା ଯେବେ ରାତି !!

Image
Jay Jagannath ଆପଣାର ଯେବେ ହୋଇଲେତ ପର ! ହୃଦୟ ମୋ ଗଲା ଭାଙ୍ଗି  ସପନର ଘର ଉଜୁଡ଼ି ମୋ ଗଲା ! ପାହିଗଲା ଯେବେ ରାତି !! ସମ୍ପର୍କ ତୁଟିଲା, ବିଶ୍ୱାସ ଭାଙ୍ଗିଲା ! ଭରିଗଲା ମନେ ଜହର  ସ୍ୱାର୍ଥ ର  ମୋହରେ ଅନ୍ଧ ଯେ ହୋଇଲେ ରକ୍ତର ସମ୍ପର୍କ ମୋହର!! ବିଚିତ୍ର ଦୁନିଆ,ବିଚତ୍ର ଏ କାରିଗର ! ଗଢ଼ିଛି ଯେ ଏ ସଂସାର ! କେବେ କରିଥାଏ ପରକୁ ନିଜର !ପୁଣି କେବେ କରେ ଆପଣାଙ୍କୁ ପର!! ମାନଅଭିମାନ ସହିଥାନ୍ତି "ପର" ! ବିପଦେ ଝରାଇ ଲୁହ ! ଆପଣାର ଲୋକ ହସୁଥାନ୍ତି ଦେଖି ! ବିପଦ ପଡିଲେ ମୋର !! ରକ୍ତର ସମ୍ପର୍କ ଫିକା ଯେ ପଡଇ ! ସ୍ୱାର୍ଥରେ ପଡିଲେ ବାଧା ପିତା ମାତାଙ୍କୁ ବି ଭାଗରେ ବସାନ୍ତି ! କରିଦେଇ ଅଧା ଅଧା !! ଆଖି ଥାଉ ଥାଉ ଅନ୍ଧଯେ ହୁଅନ୍ତି ! ନପାରନ୍ତି କିଛି ଦେଖି ! ଦେଖିଲା ବେଳକୁ ନଥାଏତ କିଛି ! ପୂରି ଯାଇଥାଏ ପୋଥି !! ବିପଦେ ପଡ଼ିଣ ଭାଗ୍ୟକୁ ନିନ୍ଦନ୍ତି  ! ଖୋଜନ୍ତି ଆପଣା ଜ୍ଞାନ୍ତି ! ଜୀବନଟା ଯାକ ଅରଜନ୍ତି ପାପ   ! ନଥାଏ ଟିକିଏ ଶାନ୍ତି !! ଏମିତି ସମ୍ପର୍କ ଚାହେଁନାଏ ମୁହିଁ   ! ଯେବେ ଥାଏ କିଛି ପାଇବାର ଆଶା ! ଲୋଡ଼ାତ ମୋହର ବିପଦେ ସାହସ ଖୁସିରେ ହସ ! ଆଉ ଥିବ ଜୀବନ ସାରା !! 🙏🙏🙏ମହେଶ🙏🙏🙏

Happy saraswati puja images

Image
HD quality images good morning, goodnight, prathana,story and all festival images

ସଫଳତା ର ଅନ୍ୟ ନାମ ସଂଘର୍ଷ success life story odia

Image
ଏହା ସମ୍ପୂର୍ଣ୍ଣ ରୂପେ ମୋ ବେକ୍ତିଗତ ଜୀବନରେ ଘଟିଥିବା ନିଜର ଅନୁଭୂତି ଯାହା ଆପଣମାନଙ୍କ ଆଗରେ ପ୍ରକାଶ କରୁଛି ! ଜୀବନରେ ମଣିଷ ଏମିତି କିଛି ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତିକରିଥାଏ ଆଉ ସେଇସବୁ ମୁହୁର୍ତ୍ତରେ ସେ ଅନେକ ଶିକ୍ଷା ମଧ୍ୟ ପାଇଥାଏ ! ଆଉ ସେଇ ମୁହୁର୍ତ୍ତ ଜୀବନର ଇତିହାସ ହୋଇଯାଏ ! ଆଜି ମୁଁ  ମୋଜୀବନର ସଫଳତା ପଛରେ ଥିବା 5ଗୋଟି ମୁଖ୍ୟ ସୂତ୍ର ମୋର ଅନୁଭୂତିରୁ ମୁଁ ପ୍ରକାଶ କରୁଛି ! ପ୍ରତ୍ୟକ ସଫଳତାର ଶ୍ରେୟ  ଭଗବାନଙ୍କୁ ଦେବା ଉଚିତ କାରଣ ତାଙ୍କରି ବିନା ଇଛାରେ ଗଛର ପତ୍ର ବି ହଲେନାହିଁ।  ତଥାପି ଭାଗ୍ୟଗଢ଼ି ତୋଳିବା ପାଇଁ  ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କୁ ଉତ୍ତର  ଦାୟୀ ଭାବିଵା ଆମର ଭୁଲ ଅଟେ ! କାରଣ ଆମ୍ଭେମାନେ ଯଦି ପୌରାଣିକ ଆଡକୁ ନଜରଦେବା ତାହେଲେ ସବୁଠି ନିଜର କର୍ମ କୁ ହିଁ ଶ୍ରେୟ ଦିଆଯାଇଅଛି ଅର୍ଥାତ ନିଜର କର୍ମ ହିଁ ନିଜର ଭାଗ୍ୟ !  ତେଣୁ ଆମ୍ଭେମାନେ ଯଦି ଆମ୍ଭମାନଙ୍କର ଲକ୍ଷ୍ୟସ୍ଥଳ କୁ ପ୍ରଥମେ ମନ ଭିତରେ ସ୍ଥିର କରି ସଂକଳ୍ପବଦ୍ଧ ହୋଇ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରସ୍ତୁତ ହେବା ନିଶ୍ଚିତ ଭାବେ ସଫଳତା ଆମ୍ଭଙ୍କୁ ସ୍ୱାଗତ କରିବ ! ହୋଇପାରେ ସେଥିପାଇଁ ଅନେକ ସଂଘର୍ଷ କରିବାକୁ ପଡିପାରେ ହେଲେବି ନିଜର ମନୋବଳ , ଧର୍ଯ୍ୟ ,ନିଜର ଲକ୍ଷ୍ୟସ୍ଥଳ କେବେବି ଓହରି ଆସିବା ଅନୁଚିତ୍ ! ନିଜର ଲକ୍ଷ୍ୟ କବାଟ ସବୁବେଳେ ବାଡାନ୍ତୁ ହେଇପାରେ ଇଶ୍ୱର ଆପଣଙ୍କ ଧର୍ଯ୍ୟ ର ପ