ଦିଗହରା ମଣିଷ
ଦିଗହରା ମଣିଷ ଦିଗହରା ପକ୍ଷୀ ପରି ସମସ୍ତେ ଆଜି ପ୍ରତିଟି ମୁହୂର୍ତ୍ତ ଶାନ୍ତି ଖୋଜି ବୁଲୁଛନ୍ତି ହେଲେ ନିଜର ଅଶାନ୍ତି ର କାରଣ ଯେ ଆମେ ନିଜେ ଅଟୁ ଏହା ଆମ୍ଭେ ଭୁଲିଯାଉଛନ୍ତି | କାରଣ ମଣିଷ ଲୋଭ, ମାୟା, ଅହଙ୍କାର, ଭିତରେ ବୁଡିରହିଥାଏ ଆଉ ଶେଷ ଯାଏ ମୋର...ମୋର...କହିଚାଲିଥାଏ। କିନ୍ତୁ ଏହା ସତ୍ୟ ଯେ ମୋର ବୋଲି ଏ ସଂସାର ରେ କିଛି ନାହିଁ | ଯଦି କିଛି ଅଛି ତାହା ହରି ନାମ ଆଉ ସଂକୀର୍ତ୍ତନ ଯାହା ଆତ୍ମା କୁ ଶାନ୍ତି ଦେଇଥାଏ ମୃତ୍ୟୁ ପରେ ବି ବଞ୍ଚି ରହିଥାଏ। ଆପଣ ଏହା ଜାଣିଥିବେ ଦସ୍ୟୁ ରତ୍ନାକର ଗୋଟିଏ ଗରିବ ପରିବାର ଜନ୍ମଗ୍ରହଣ କରିଥିଲେ ଅନେକ ଦୁଃଖ କଷ୍ଟରେ ଚଳୁଥିଲେ , ନିଜର ଅଭାବ ଅନଟନକୁ ଦୂର କରିବାକୁ ସେ ଭୁଲ ରାସ୍ତା କୁ ବାଛିନେଲେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଠୁ ଲୁଟପାତ କରିଲେ ଅନେକ ନିରୀହ ପ୍ରାଣୀ ଙ୍କୁ ହତ୍ୟା କରି ନିଜ ପରିବାର କୁ ଖୁସିରେ ରଖିଲେ କିନ୍ତୁ ନିୟତିର ବିଚାର ଥିଲା କିଛି ଅଲଗା, ଦିନେ ନାରଦ ଦସ୍ୟୁ ରତ୍ନାକର ଙ୍କ ପାଖରେ ପହଁଚିଲେ ତାଙ୍କୁ ଧର୍ମ ର ମାର୍ଗ ସମ୍ବଧରେ ବୁଝାଇଲେ ଆଉ ତୁମେ ପାପ କରୁଛ ବୋଲି କହିଲେ କିନ୍ତୁ ଦସ୍ୟୁ ରତ୍ନାକର ନାରଦଙ୍କ କଥାରେ ଭୀଷଣ ରାଗିଗଲେ ଏବଂ କହିଲେ ମୋ ପରିବାର କୁ ଖୁସିରେ ରଖିବା ମୋର ପ୍ରଥମ ଧର୍ମ ଆଉ କର୍ତ୍ତବ୍ୟ ସେଥି ପାଇଁ ମୁଁ ସବୁକିଛି କରିପାରିବି ଠିକ ଭୁଲ ମୋତେ ନ ବୁଝାଇ ଆପଣ ଶୀଘ୍ର ଏ ସ୍ଥାନ ଛାଡି ପଳାନ୍ତୁ ଏହା ଶୁଣି ନାରଦ ହସିଲେ କହିଲେ