ଭଗବାନ ଶ୍ରୀକୃଷ୍ଣ ଏମିତି କିଛି ଶିକ୍ଷା ଅର୍ଜୁନଙ୍କୁ ଦେଇଥିଲେ ଯାହା ସଫଳତାର ମୂଳମନ୍ତ୍ର....ଅଟେ


                                               ମହେଶ

ଜୀବନରେ ମଣିଷ ଏମିତି କିଛି ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତିକରିଥାଏ ଆଉ ସେଇସବୁ ମୁହୁର୍ତ୍ତରେ ସେ ଅନେକ ଶିକ୍ଷା ମଧ୍ୟ ପାଇଥାଏ ! ଆଉ ସେଇ ମୁହୁର୍ତ୍ତ ଜୀବନର ଇତିହାସ ହୋଇଯାଏ !


ପ୍ରତ୍ୟାକ ସଫଳତାର ଶ୍ରେୟ  ଭଗବାନଙ୍କୁ ଦେବା ଉଚିତ କାରଣ ତାଙ୍କରି ବିନା ଇଛାରେ ଗଛର ପତ୍ର ବି ହଲେନାହିଁ। 
ତଥାପି ଭାଗ୍ୟଗଢ଼ି ତୋଳିବା ପାଇଁ  ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କୁ ଉତ୍ତର  ଦାୟୀ ଭାବିଵା ଆମର ଭୁଲ ଅଟେ ! କାରଣ ଆମ୍ଭେମାନେ ଯଦି ପୌରାଣିକ ଆଡକୁ ନଜରଦବା ତାହେଲେ ସବୁଠି ନିଜର କର୍ମ କୁ ହିଁ ଶ୍ରେୟ ଦିଆଯାଇଅଛି "ଅର୍ଥାତ" ନିଜର କର୍ମ ହିଁ ନିଜର ଭାଗ୍ୟ !  


ତେଣୁ ପ୍ରତ୍ୟେକ ମଣିଷ ଜୀବନରେ ଏକ ନିର୍ଦ୍ଧିଷ୍ଟଲକ୍ଷ୍ୟ ରହିବା ଉଚିତ, ଉକ୍ତ ଲକ୍ଷ୍ୟ କୁ ପହଁଚିବା ପାଇଁ ଆବଶକ୍ୟ ବିଧି /ମାନଦଣ୍ଡ
ପୁରଣ କରିବା ସହିତ ମନ ଭିତରେ ଶପଥ ନେବା, ହଁ ନିଶ୍ଚୟ ମୁଁ ଏହି କାର୍ଯ୍ୟ ରେ ସଫଳ ହେବି !
 ଯଦି ସ୍ଥିର ମନରେ ସଂକଳ୍ପବଦ୍ଧ ହୋଇ କୌଣସି କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେବା ତେବେ ନିଶ୍ଚିତ ସଫଳତା ଆମ୍ଭଙ୍କୁ ସ୍ୱାଗତ କରିବ !

ହେଇପାରେ ସେଥିପାଇଁ ଅନେକ ସଂଘର୍ଷ କରିବାକୁ ପଡିପାରେ ହେଲେବି ନିଜର ମନୋବଳ , ଧର୍ଯ୍ୟ ,ନିଜର ଲକ୍ଷ୍ୟସ୍ଥଳ କେବେବି ଓହରି ଆସିବା ଅନୁଚିତ୍ !

ଆପଣ ମାନେ ଜାଣିଥିବେ  ଯେତେବେଳେ ମହାଭାରତ ଯୁଦ୍ଧ ସରିଗଲା ଭଗବାନ ଶ୍ରୀକୃଷ୍ଣ ଏକ ଯଜ୍ଞ ଆୟୋଜନ କରିଥିଲେ ଯଜ୍ଞ ଚାଲିଥିବା ସମୟରେ ହଠାତ ଏକ ଗରିବ  ବ୍ରାହ୍ମଣ ଆସିପହଁଚିଲେ କେହିକିଛି ବୁଝିବା ଆଗରୁ ସେ ବ୍ରାହ୍ମଣ ଜଣକ ଭଗବାନଙ୍କୁ ଅନେକ କଟୁଵାକ୍ୟ କହି ଅପମାନିତ କରିଚାଲିଲା ଭଗବାନ ସ୍ମିତହାସ୍ୟରେ ପଚାରିଲେ ତୁମର କଣ ହୋଇଛି ?ତୁମେ ବହୁତ ଦୁଃଖରେ ଭାଙ୍ଗିପଡ଼ିଲା ଭଳି ଲାଗୁଛ?
ବ୍ରାହ୍ମଣ ଜଣକ ଉଚ୍ଚସ୍ୱରରେ କାନ୍ଦି କାନ୍ଦି କହିଲେ,ତୁମେତ ରାଜା 
ନିଜକୁ ଅନ୍ତର୍ଯ୍ୟାମୀ ଭଗବାନ ବୋଲି ପରିଚୟ ଦେଉଛ ହେଲେ ପ୍ରଜାର କଣ ହେଇଚି କଣ ଜାଣିପାରୁନ,ମୋର ଚାରୋଟି ସନ୍ତାନ ଜନ୍ମ ହେବାକ୍ଷଣି ଯମରାଜା ଆସିନେଇଯାଉଛନ୍ତି ଏ କଥା କଣ ତୁମକୁ ଜଣା ନାହିଁ, ଏବେ ମୋ ପତ୍ନୀ  ପ୍ରସବ ବେଦନାରେ ଛଟ ପଟ ହେଉଛି ଏତେ ଯନ୍ତ୍ରଣା ସହି ଯେଉଁ ପିଲାଟି ଜନ୍ମଦେବ ପୁଣି ସେଇ ଯମରାଜା ଆସି ମୋପିଲାଟିକୁ ନେଇଯିବ,ଆମେ କେମିତି ସହିବୁ, ରାଜ୍ୟରେ ପ୍ରଜାମାନଙ୍କୁ ରକ୍ଷା କରିବା କଣ ଗୋଟେ ରାଜାର କର୍ତ୍ତବ୍ୟ ନୁହେଁ ?ତେଣୁ ତୁମେ ଶୀଘ୍ର ମୋ ସହିତ ଆସ ମୋ ପିଲାକୁ ବଞ୍ଚାଇ ଦିଅ !

ଭଗବାନ ସ୍ମିତହାସ୍ୟ ଦେଇ କହିଲେ ତୁମକଥା ଅନିର୍ବାର୍ଯ୍ୟ ତୁମେ ଠିକକହୁଚ ହେଲେ ମୁଁ ଏବେ ନିରୁପାୟ ଯଜ୍ଞ ଆରମ୍ଭ ହେଇସାରିଛି ମୁଁ ଅଗ୍ନିକୁଣ୍ଡରେ ଆହୁତି ଦେଇସାରିଲିଣି ଯଜ୍ଞ ଅଧାରୁ ଉଠିବା ଅନୁଚିତି,ଏହା ସମସ୍ତଙ୍କ ଶାନ୍ତି ନିମନ୍ତେ କରାଯାଉଛି ଏହା ଶୁଣି ବ୍ରାହ୍ମଣ ଜଣକ ଆହୁରିଭୀଷଣ ଭାବେ ରାଗିଯାଇ ଭଗବାନ ଶ୍ରୀକୃଷ୍ଣ ଙ୍କୁ କଟୁବାକ୍ୟରେ ଗାଳି ଦେଇଚାଲିଲା ଅର୍ଜୁନ ସହିନପାରି କ୍ରୋଧ
ଶାନ୍ତ କରିବାପାଇଁ ବ୍ରାହ୍ମଣ ଜଣଙ୍କୁ ଅନୁରୋଧ କରିଲେ, ଏବଂ ମୁଁ ଯାଇ ତୁମ ସନ୍ତାନକୁ ରକ୍ଷାକରିବି ବୋଲି ଅର୍ଜୁନ କହିଲେ ହେଲେ ବ୍ରାହ୍ମଣ ଜଣକ  କହିଲେ ତୁମେ ମୋ ସନ୍ତାନକୁ ରକ୍ଷା କରିପାରିବ ନାହିଁ କାରଣ ସେ ବହୁତ ଶକ୍ତିମାନ,ଏହା ଶୁଣି ଅର୍ଜୁନ କ୍ରୋଧିତ ହୋଇ କହିଲେ ତୁମେ  ମୋ ଶକ୍ତି ବିଷୟରେ ଜାଣିନ ମୁଁ ତ୍ରିପୁର ବିଜୟୀ, ସର୍ବଶ୍ରେଷ୍ଠ ଧନୁର୍ଦ୍ଧର,ମୁଁ ସର୍ବଶ୍ରେଷ୍ଠ ଶକ୍ତିମାନ, ମୁଁ ନିଶ୍ଚୟ ତୁମ ସନ୍ତାନକୁ ରକ୍ଷା କରିପାରିବି ! ତାପରେ ଯଦି ବିଶ୍ୱାସ ହଉନି? ତାହେଲେ ମୁଁ ଯଜ୍ଞକୁଣ୍ଡର ଅଗ୍ନିଦେବତାଙ୍କୁ ସାକ୍ଷୀ ରଖି ଶପଥ କରି କହୁଛିକି ତୁମ ସନ୍ତାନକୁ ମୁଁ ଯଦି ରକ୍ଷା ନକରିପାରିବି ତାହେଲେ ମୁଁ ମୋ ନିଜକୁ ଅଗ୍ନିଦେବତାଙ୍କୁ ସମର୍ପଣ କରିଦେବି !


ଏ ବଜ୍ରଶପଥ ଶୁଣି ଶ୍ରୀକୃଷ୍ଣ କିଛି କହିବାକୁ ଚାହୁଁଥିଲେ ହେଲେ ଅର୍ଜୁନ କିଛି ନଶୁଣି ବ୍ରାହ୍ମଣ ଜଣକ ସହିତ ଯିବା ପାଇଁ ଭଗବାନଙ୍କୁ ଅନୁମତି ମାଗିଲେ  ଏବଂ ବ୍ରାହ୍ମଣଙ୍କ ସହିତ ଗଲେ,  
ବ୍ରାହ୍ମଣଙ୍କ ଘରେ ପହଂଚିବା ପରେ ପ୍ରଥମେ ନିଜର ଅସ୍ତ୍ର ଦ୍ୱାରା ବ୍ରାହ୍ମଣଙ୍କ ଘରକୁ ବନ୍ଦନ କରିଦେଲେ ହେଲେ ନିୟତିର ଇଛା କିଛି ଅଲଗା ଥିଲା ଯାହା ଫଳରେ ଅର୍ଜୁନଙ୍କ ବନ୍ଦନ କିଛି କାମ କଲା ନାହିଁ ଏହାପରେ ଅର୍ଜୁନ ପିଲାଟିକୁ ରକ୍ଷାକରିବା ପାଇଁ ଯମଦ୍ୱାର ଯାଏ ପହଞ୍ଚିଗଲେ ହେଲେ ଭିତରକୁ ପ୍ରବେଶ କରିପାରିଲେ ନାହିଁ ସେଥିରେ ମଧ୍ୟ ଅସଫଳ ହେଲେ ଶେଷରେ ନିରାଶ ହୋଇ ବ୍ରାହ୍ମଣ ଙ୍କ ପାଖରେ ପହଞ୍ଚି ନିଜର ଶପଥ ରକ୍ଷା କରିବା ପାଇଁ ଅଗ୍ନିଦେବତାଙ୍କୁ ଆରାଧନା କଲେ ଏବଂ ନିଜକୁ ଅଗ୍ନିରେ ସମର୍ପଣ କରିବାକୁ ବହାରି ପଡିଲେ ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ପହଞ୍ଚି ଅର୍ଜୁନଙ୍କୁ ଅଟକାଇଲେ !କିନ୍ତୁ ଅର୍ଜୁନ କହିଲେ ମୋତ ମୋର 
ଶପଥ ରକ୍ଷାକରିବାକୁ ଅନୁମତି ଦିଅନ୍ତୁ ,ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ ସ୍ମିତହାସ୍ୟା ଦେଇ କହିଲେ ତୁମେ କଣ ପ୍ରକ୍ରୁତରେ ସମସ୍ତ ଚେଷ୍ଟା କରିଥିଲ? ଅର୍ଜୁନ କହିଲେ ହଁ ମୁଁ ଯମ ଦ୍ୱାର ଯାଏ ଯାଇଥିଲି ମୋର ସମସ୍ତ ଶକ୍ତି ପ୍ରୟୋଗ କଲି ହେଲେ ଦ୍ୱାର ଖୋଲି ପାରିଲି ନାହିଁ ପିଲାଟିକୁ ଫେରେଇ ଆଣି ପାରିଲି ନାହିଁ
ତେଣୁ ମୋର ବଚନ ଅନୁଯାଇ ବଞ୍ଚିବାର ଅଧିକାର ନାହିଁ ଏହା ଶୁଣି
ଭଗବାନ କହିଲେ "ନା" ତୁମେ କେବେହେଲେ ତୁମର ସମସ୍ତ ଶକ୍ତି ପ୍ରୟୋଗ କରିନାହ, ଯଦି ତୁମେ ଦ୍ଵାରକୁ ବାରମ୍ବାର ପ୍ରହାର କରିଥାନ୍ତ  ସମସ୍ତ ଶକ୍ତି କ୍ଷୀଣ ହେବାଯାଏ, ଶକ୍ତିହୀନ ହୋଇ ସେଇ
ସ୍ଥାନରେ ପଡିରହିଥାନ୍ତ, ତେବେ ଯାଇ ତୁମେ ଅସଫଳ ବୋଲି ନିଜକୁ କହିପାରିଥାନ୍ତ, ଖାଲି ଅସ୍ତ୍ର ପ୍ରୟୋଗ କରି ନିଜକୁ ସଫଳ କିମ୍ବା ଅସଫଳ କହିବା ଭୁଲ ତୁମେ ନିଜର ଅସ୍ତ୍ରଶକ୍ତି ପାଇଁ ନିଜକୁ ଗର୍ବିତ ଅନୁଭବ କରୁଥିଲ ତୁମର ଅହଂକାରକୁ ବିନାଶ କରିବା ସହିତ ସମଗ୍ର ବିଶ୍ୱବାସୀ ପାଇଁ  ଉଦାହରଣ ସୃଷ୍ଟି କରିବା ନିୟତିର ଆବଶ୍ୟକ ଥିଲା ।

ଏହା କହି ବ୍ରାହ୍ମଣର ସମସ୍ତ ସନ୍ତାନ କୁ ବ୍ରାହ୍ମଣ କୁ ଫେରେଇ ଦେଲେ।

ଏଥିରୁ ଏହା ସ୍ପଷ୍ଟ ହେଲାକି ଯଦି ଉଚିତ ମାର୍ଗରେ ଯାଇ ନିଜର ଲକ୍ଷ୍ୟସ୍ଥଳର ପ୍ରବେଶ କବାଟକୁ  ଶେଷ ଶକ୍ତି ଯାଏ ଖୋଲିବାକୁ  ଚେଷ୍ଟା କରିବା ହେଇପାରେ ଶେଷ ପ୍ରହାର ରେ ଖୋଲି ଯାଇପାରେ
 କିନ୍ତୁ ଆମେ ଶେଷ ଚେଷ୍ଟା ନକରି ଅନ୍ୟକୁ ଦୋଷ ଦେଇ ନିଜକୁ ଅସଫଳ ମନେ କରିବା ଆମର ମୂର୍ଖାମୀ ଅଟେ ।
ହୋଇପାରେ ଇଶ୍ୱର ଆପଣଙ୍କ ଧର୍ଯ୍ୟ ର ପରୀକ୍ଷା ନେଉଛନ୍ତି !
କେବେ ଅଧର୍ଯ୍ୟ ହୋଇପଡି କିଛି ଭୁଲ ନିଷ୍ପତି ନିଅନ୍ତୁ ନାହିଁ ସମସ୍ୟାର ସମାଧାନ ପାଇଁ ରାସ୍ତା ଖୋଜନ୍ତୁ। ସୁସ୍ଥ ଓ ଥଣ୍ଡା ମସ୍ତିକରେ ଭଲଭାବେ ଚିନ୍ତା କରନ୍ତୁ, ମନକୁ ନିରାଶ କରନ୍ତୁ ନାହିଁ,
ସବୁଠୁ ବଡ କଥା ହେଲା ନିଜର ବିଫଳତାର କାରଣଗୁଡିକୁ ଖୋଜନ୍ତୁ, ଆତ୍ମସମୀକ୍ଷା କରି ଭୁଲକୁ ସୁଧାରିନବା ପାଇଁ ଚେଷ୍ଟା କରନ୍ତୁ, ନିଜର ଭୁଲ କୁ ସୁଧାରି ନେବା ବୁଦ୍ଧିମାନର କାମ ଅଟେ ! 



ଏମିତି ବି ଅନେକ ସମୟ ଆସିଥାଏ ନିଜର ଗତିପଥ କୁ ବଦଳାଇବାକୁ ବାଧ୍ୟ କରାଇ ଥାଏ ତଥାପି ବିଶ୍ୱାସ ନହରାଇ ନିଜର ଗତିପଥରେ ଆଗେଚାଲନ୍ତୁ ! ପ୍ରତ୍ୟାକ କଷ୍ଟ କୁ ସହିବା ଶିଖନ୍ତୁ
ଧର୍ଯ୍ୟର ସହ ସତ୍ୟକୁ ସମ୍ନାକରନ୍ତୁ ଦେଖିବେ ଧୀରେ ଧୀରେ ଆପଣଙ୍କ ଲକ୍ଷ୍ୟସ୍ଥଳ ରେ ଆପଣ ପହଞ୍ଚିସାରିଥିବେ !!
ଥରେ  ଆଖିବନ୍ଦ କରି ଭାବନ୍ତୁ ଆମ୍ଭେ ସମସ୍ତ ପ୍ରାଣୀଠାରୁ  ଶ୍ରେଷ୍ଠ
ଆମ ପାଖରେ ବୁଦ୍ଧି, ବିବେକ, ଠିକ ଭୁଲର ଵିଚାର କରିବାର ଶକ୍ତି ମଧ୍ୟ ଅଛି! ଆମକୁ ଈଶ୍ୱର ସୁସ୍ଥ,ସୁନ୍ଦର ଶରୀର ଦେଇଛନ୍ତି  ତଥାପି  ଆମେ ଦିଗହରା...କାହିଁକି?

ଭୁଲ ,ଆଉ ଠିକର ରାସ୍ତା ଜାଣିବା ଟିକେ କଷ୍ଟ ହୋଇଥାଇପାରେ 
ତଥାପି ଆମେ ଠିକ ରାସ୍ତା ପରିଚୟ ସେତେବେଳେ ପାଇବା ଯେତେବେଳେ ସମାଜର ନିୟମ ଭିତରେ ରହି ଆମେ କିଛି କାର୍ଯ୍ୟ କରିବା  ଆଉ ସମାଜ ମଧ୍ୟ ତାକୁ ସମର୍ଥନ କରୁଥିବ ।
ତେଣୁ ଭୁଲ ରାସ୍ତାରୁ ବାହାରି ନିଜକୁ ନିଜେ ଗଢିବା ପାଇଁ ଚେଷ୍ଟା କରନ୍ତୁ !
ଏହା ସମ୍ପୂର୍ଣ୍ଣ ରୂପେ ମୋ ବ୍ୟକ୍ତିଗତ ଚିନ୍ତାଧାରା, ନିଜର ଅନୁଭୂତି 
ଯଦି ଆପଣଙ୍କୁ ଭଲଲାଗେ comment  ନିଶ୍ଚୟ କରିବେ
💮🌺🌺💐💐ଜୟ ଜଗନ୍ନାଥ💐💐💐🌺🌺💮

Comments

Post a Comment

Popular posts from this blog

ସଫଳତା ର ଅନ୍ୟ ନାମ ସଂଘର୍ଷ success life story odia

20+Jay Jagannath good morning images