ହେ ସ୍ୱାମୀ ତୁମେହିଁ ଆରମ୍ଭ, ତୁମେହିଁ ଶେଷ, ତୁମେହିଁ ବିଶ୍ୱାସ ,ତୁମେହିଁ ନିଶ୍ଵାସ ! ଓଡ଼ିଆ କବିତା ହେ ସ୍ୱାମୀ....


ସୁଖ ଦେଇଦେଲେ ଭୁଲିଯିବି କାଳେ ! ଜାଣି ଜାଣି  ଦୁଃଖ ଦଉଛ !

ତୁମ ଦୁଃଖ ଦେବା ପ୍ରମାଣ କରୁଛି ! ପ୍ରଭୁ ମୋତେ କେତେ ଭଲପାଉଛ !!         

ସୟନେ ସପନେ ଜାଗରଣେ ମୋର ! ତୁମ ଛବି ଆଙ୍କି ଦେଉଛ !

ଆଖିର ଲୁହକୁ ପାପୁଲିରେ ଦେଇ ! ଲୁଚକାଳି ଖେଳଖେଳୁଚ !


ମାଗି ତ ନଥିଲି ରାଜସୁଖ ପ୍ରଭୁ ! ରାଜା ଘରେ ଜନ୍ମ ଦେଲ !କେଉଁ କର୍ମଫଳ ଭୋଗିବା ପାଇଁ ! ପୁଣି ସଭିଙ୍କୁ  ଛଡାଇ ନେଲ !!


କି ସୁଖ ତୁମେ ପାଉଅଛ ପ୍ରଭୁ ! ପଥକୁ କରି ମୋ ଭ୍ରଷ୍ଟ  !ଯେତେ ତୁମେ ମୋତେ ଦୂରକୁ ଦେଲେବି ନଛାଡିବି ତୁମ ହାତ !!


ସକଳସୃଷ୍ଟି ତ ତୁମରି ଭିଆନ !  ତୁମେହିଁ ମାୟାଧର !!

ମାୟାର ବନରେ ସଭିଙ୍କୁ ଛାଡି ! କରୁଥାଅ ପାପପୁଣ୍ୟର ଖେଳ !

ମୋ ପାପ ପୁଣ୍ୟ ତୁମକୁତ ଜଣା ! ତୁମେହିଁ ନ୍ୟାୟର ଦାତା !ତୁମେ ନଚାହିଁଲେ କିଏସେ ଚାହିଁବ ହଜିଯିବ ମୋର ସତ୍ତା !!


ସବୁ ଦୁଃଖ  ପରେ ସୁଖ  ଥାଏ ବୋଲି  ! ଦୁଃଖ କରୁଛି ନିଜର !

ମାନ ଅଭିମାନେ ସବୁତ କହୁଛି ! ତୁମକୁ ଭାବି ମୋ  ଆପଣାର !!
କରୁଣା ଶାଗର ଆହେ କୃପାସିନ୍ଧୁ !କରିବନି କେବେ ପର !ପଥ ହୁଡ଼ିଗଲେ ଦେଖାଇବ ପଥ ! ଏତିକି ମାଗୁଣି ମୋର !!

🙏🙏Mahes🙏🙏

Comments

Popular posts from this blog

ସଫଳତା ର ଅନ୍ୟ ନାମ ସଂଘର୍ଷ success life story odia

20+Jay Jagannath good morning images