ସଫଳତା ର ଅନ୍ୟ ନାମ ସଂଘର୍ଷ success life story odia
ଜୀବନରେ ମଣିଷ ଏମିତି କିଛି ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତିକରିଥାଏ ଆଉ ସେଇସବୁ ମୁହୁର୍ତ୍ତରେ ସେ ଅନେକ ଶିକ୍ଷା ମଧ୍ୟ ପାଇଥାଏ ! ଆଉ ସେଇ ମୁହୁର୍ତ୍ତ ଜୀବନର ଇତିହାସ ହୋଇଯାଏ !
ଆଜି ମୁଁ ମୋଜୀବନର ସଫଳତା ପଛରେ ଥିବା 5ଗୋଟି ମୁଖ୍ୟ ସୂତ୍ର ମୋର ଅନୁଭୂତିରୁ ମୁଁ ପ୍ରକାଶ କରୁଛି !
ପ୍ରତ୍ୟକ ସଫଳତାର ଶ୍ରେୟ ଭଗବାନଙ୍କୁ ଦେବା ଉଚିତ କାରଣ ତାଙ୍କରି ବିନା ଇଛାରେ ଗଛର ପତ୍ର ବି ହଲେନାହିଁ।
ତଥାପି ଭାଗ୍ୟଗଢ଼ି ତୋଳିବା ପାଇଁ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କୁ ଉତ୍ତର ଦାୟୀ ଭାବିଵା ଆମର ଭୁଲ ଅଟେ ! କାରଣ ଆମ୍ଭେମାନେ ଯଦି ପୌରାଣିକ ଆଡକୁ ନଜରଦେବା ତାହେଲେ ସବୁଠି ନିଜର କର୍ମ କୁ ହିଁ ଶ୍ରେୟ ଦିଆଯାଇଅଛି ଅର୍ଥାତ ନିଜର କର୍ମ ହିଁ ନିଜର ଭାଗ୍ୟ ! ତେଣୁ ଆମ୍ଭେମାନେ ଯଦି ଆମ୍ଭମାନଙ୍କର ଲକ୍ଷ୍ୟସ୍ଥଳ କୁ ପ୍ରଥମେ ମନ ଭିତରେ ସ୍ଥିର କରି ସଂକଳ୍ପବଦ୍ଧ ହୋଇ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରସ୍ତୁତ ହେବା ନିଶ୍ଚିତ ଭାବେ ସଫଳତା ଆମ୍ଭଙ୍କୁ ସ୍ୱାଗତ କରିବ !
ହୋଇପାରେ ସେଥିପାଇଁ ଅନେକ ସଂଘର୍ଷ କରିବାକୁ ପଡିପାରେ ହେଲେବି ନିଜର ମନୋବଳ , ଧର୍ଯ୍ୟ ,ନିଜର ଲକ୍ଷ୍ୟସ୍ଥଳ କେବେବି ଓହରି ଆସିବା ଅନୁଚିତ୍ !
ନିଜର ଲକ୍ଷ୍ୟ କବାଟ ସବୁବେଳେ ବାଡାନ୍ତୁ ହେଇପାରେ ଇଶ୍ୱର ଆପଣଙ୍କ ଧର୍ଯ୍ୟ ର ପରୀକ୍ଷା ନେଉଛନ୍ତି !
ସବୁଠୁ ବଡ କଥା ହେଲା ନିଜର ବିଫଳତାର କାରଣଗୁଡିକୁ
ଆତ୍ମସମୀକ୍ଷା କରି ଭୁଲକୁ ସୁଧାରିନବା !
ଏମିତି ବି ଅନେକ ସମୟ ଆସେ ନିଜର ଗତିପଥ କୁ ବଦଳାଇବାକୁ ବାଧ୍ୟକରେ ତଥାପି ବିଶ୍ୱାସ ନହରାଇ ନିଜର ଗତିପଥରେ ଆଗେଚାଲନ୍ତୁ ! ପ୍ରତ୍ୟାକ କଷ୍ଟ କୁ ସହିବା ଶିଖନ୍ତୁ
ଧର୍ଯ୍ୟର ସହ ସତ୍ୟକୁ ସମ୍ନାକରନ୍ତୁ ଦେଖିବେ ଧୀରେ ଧୀରେ ଆପଣଙ୍କ ଲକ୍ଷ୍ୟସ୍ଥଳ ରେ ଆପଣ ପହଞ୍ଚିସାରିଥିବେ !!
ପ୍ରକୁତରେ ଜୀବନକୁ ଆମେ ଯେତେ ସହଜ ଭାବନ୍ତି ଏବଂ ନିଜର ବ୍ୟକ୍ତିଗତ ଜୀବନକୁ ସହଜରେ ଅତିକ୍ରମ କରିବାକୁ ଚେଷ୍ଟା କରିଥାନ୍ତି ବାସ୍ତବରେ ତାହା ସେମିତି ହୋଇନଥାଏ !
ସେ ସଫଳତା ହେଉ କି ଶାନ୍ତି ସବୁଠି କିଛିନା କିଛି ତ୍ୟାଗ କରିବାକୁ ପଡିଥାଏ ! ବିନା ସଂଘର୍ଷ ରେ କାହାକୁ ସଫଳତା ମିଳିନାହିଁ |🙏🙏ଜୟ ଜଗନ୍ନାଥ🙏🙏
ମହେଶ୍ୱର ସାହୁ
Good line
ReplyDeleteଧନ୍ୟବାଦ ଆପଣଙ୍କୁ ଆଶାକରୁଛି ଆପଣ ଆଗକୁ ପେରିତ କରିବେ।
ReplyDelete