ଭଗବାନ କହନ୍ତି ଭକ୍ତକୁ/ଓଡ଼ିଆ କବିତା /ତୁ ସିନା ଚୁପ୍ ରହୁ କିଛି କହୁନା ! ହେଲେ ଆଖିତୋର କହେ କହିବାକୁ ଚାହୁଁ ତୋ ହୃଦୟ ବେଦନା !!

Jay Jagannath kabita

ତୁ ସିନା ଚୁପ୍ ରହୁ କିଛି କହୁନା ! ହେଲେ ଆଖିତୋର  କହେ  ହୃଦୟ ବେଦନା !!

 ଯିଏ ଯାହା କହିଲେବି ତୁ ଚୁପ ରହୁ ! ମନେ ମନେ ଖାଲି ମୋତେ ଭଜୁଥାଉ !!

ତୋ ଆଖିରୁ ମୁ ପାରୁଚିତଜାଣି ! ତୁ କହିବାକୁ ଚାହୁଁ  ତୋ କାହାଣୀ !!

ନିଜକୁ କରୁ ଯେବେ ମୋତେ  ସମର୍ପଣ ! ଇଚ୍ଛା ହୁଏ କରିବାକୁ ତୋତେ ଆଲିଙ୍ଗନ !!
Odia story


ଯଦି ମୋ କୋଳକୁ ଥରେ ଆଉଜେଇ ଆଣି ! ସ୍ନେହରେ ତୋ ମୁଣ୍ଡକୁ ଆଉଁସି ଦିଅନ୍ତି ଟିକେ ପୁଣି !!

ମନ ଖୋଲି ବହୁତ ତୁ କାନ୍ଦିପକାନ୍ତୁ ! ପଲକ ନପକାଇ ମୋତେ ଦେଖୁଥାନ୍ତୁ !!

ସବୁ କଥା ସବୁ ବ୍ୟଥା ଧୋଇ ତୋ ଯାଅନ୍ତା ! ଆଖିର ଲୁହର ସ୍ରୋତରେ ମିଶୁତ ଥାଆନ୍ତା !!
Jagannath story

ତୁ ଯେବେ ମୋତେ ଚାହିଁଥାଉ ବିକଳରେ ! ଆଖିରୁବି ଲୁହ ମୋ ଆସିଯାଏ ଧାରେ !!

ପାରୁତ ନାହିଁ ଡେଇଁ ନିୟତିର ଗାର ! ବସିଅଛି ଏ ଯୁଗେ ଦାରୁ ର ରୂପର !!
Bhagaban bhakta story

ଦୁଇ ବାହୁ ଟେକି ପାଖକୁ ଡାକୁଛି ସିନା ! ହେଲେ ଆସିବାକୁ ତ  ତୋତେ ପଡିବନା !!

ହୋଉ ତୁ ଆଖିରୁ ଲୁହ ଏତେ ଝରାନା ! ସହି ତୁ ଯାଇଥା ସବୁ ଦୁଖଃ ଆଉ ବେଦନା !!

ମୁଁ ପରା ଅଛି ସାଥିରେ ତୋ ହୃଦୟ ମନ୍ଦିରେ ! ଯେତେବେଳେ ଖୋଜିବୁ ପାଇବୁ ତୋ ମନର ଭିତରେ !!

କଥାଦେଲି  ଖୋଜିଲେ ତୁ ପାଇବୁ ମୋତେ ! ଅନ୍ତର ଖୋଲି ଡାକୁଥା ରହି ସତ୍ୟର ପଥେ !!
🙏🙏Jay Jagannath🙏🙏

Comments

Popular posts from this blog

ସଫଳତା ର ଅନ୍ୟ ନାମ ସଂଘର୍ଷ success life story odia

20+Jay Jagannath good morning images