ଭଗବାନ କହନ୍ତି ଭକ୍ତକୁ/ଓଡ଼ିଆ କବିତା /ତୁ ସିନା ଚୁପ୍ ରହୁ କିଛି କହୁନା ! ହେଲେ ଆଖିତୋର କହେ କହିବାକୁ ଚାହୁଁ ତୋ ହୃଦୟ ବେଦନା !!
ତୁ ସିନା ଚୁପ୍ ରହୁ କିଛି କହୁନା ! ହେଲେ ଆଖିତୋର କହେ ହୃଦୟ ବେଦନା !!
ଯିଏ ଯାହା କହିଲେବି ତୁ ଚୁପ ରହୁ ! ମନେ ମନେ ଖାଲି ମୋତେ ଭଜୁଥାଉ !!
ତୋ ଆଖିରୁ ମୁ ପାରୁଚିତଜାଣି ! ତୁ କହିବାକୁ ଚାହୁଁ ତୋ କାହାଣୀ !!
ନିଜକୁ କରୁ ଯେବେ ମୋତେ ସମର୍ପଣ ! ଇଚ୍ଛା ହୁଏ କରିବାକୁ ତୋତେ ଆଲିଙ୍ଗନ !!
ଯଦି ମୋ କୋଳକୁ ଥରେ ଆଉଜେଇ ଆଣି ! ସ୍ନେହରେ ତୋ ମୁଣ୍ଡକୁ ଆଉଁସି ଦିଅନ୍ତି ଟିକେ ପୁଣି !!
ମନ ଖୋଲି ବହୁତ ତୁ କାନ୍ଦିପକାନ୍ତୁ ! ପଲକ ନପକାଇ ମୋତେ ଦେଖୁଥାନ୍ତୁ !!
ସବୁ କଥା ସବୁ ବ୍ୟଥା ଧୋଇ ତୋ ଯାଅନ୍ତା ! ଆଖିର ଲୁହର ସ୍ରୋତରେ ମିଶୁତ ଥାଆନ୍ତା !!
ତୁ ଯେବେ ମୋତେ ଚାହିଁଥାଉ ବିକଳରେ ! ଆଖିରୁବି ଲୁହ ମୋ ଆସିଯାଏ ଧାରେ !!
ପାରୁତ ନାହିଁ ଡେଇଁ ନିୟତିର ଗାର ! ବସିଅଛି ଏ ଯୁଗେ ଦାରୁ ର ରୂପର !!
ଦୁଇ ବାହୁ ଟେକି ପାଖକୁ ଡାକୁଛି ସିନା ! ହେଲେ ଆସିବାକୁ ତ ତୋତେ ପଡିବନା !!
ହୋଉ ତୁ ଆଖିରୁ ଲୁହ ଏତେ ଝରାନା ! ସହି ତୁ ଯାଇଥା ସବୁ ଦୁଖଃ ଆଉ ବେଦନା !!
ମୁଁ ପରା ଅଛି ସାଥିରେ ତୋ ହୃଦୟ ମନ୍ଦିରେ ! ଯେତେବେଳେ ଖୋଜିବୁ ପାଇବୁ ତୋ ମନର ଭିତରେ !!
କଥାଦେଲି ଖୋଜିଲେ ତୁ ପାଇବୁ ମୋତେ ! ଅନ୍ତର ଖୋଲି ଡାକୁଥା ରହି ସତ୍ୟର ପଥେ !!
🙏🙏Jay Jagannath🙏🙏
Comments
Post a Comment