ସମ୍ପର୍କ ଓଡ଼ିଆ କବିତା(Relation odia kabita)ଆପଣାର ଯେବେ ହୋଇଲେତ ପର ! ହୃଦୟ ମୋ ଗଲା ଭାଙ୍ଗି ସପନର ଘର ଉଜୁଡ଼ି ମୋ ଗଲା ! ପାହିଗଲା ଯେବେ ରାତି !!
Jay Jagannath
ଆପଣାର ଯେବେ ହୋଇଲେତ ପର ! ହୃଦୟ ମୋ ଗଲା ଭାଙ୍ଗି
ସପନର ଘର ଉଜୁଡ଼ି ମୋ ଗଲା ! ପାହିଗଲା ଯେବେ ରାତି !!
ସମ୍ପର୍କ ତୁଟିଲା, ବିଶ୍ୱାସ ଭାଙ୍ଗିଲା ! ଭରିଗଲା ମନେ ଜହର
ସ୍ୱାର୍ଥ ର ମୋହରେ ଅନ୍ଧ ଯେ ହୋଇଲେ ରକ୍ତର ସମ୍ପର୍କ
ମୋହର!!
ବିଚିତ୍ର ଦୁନିଆ,ବିଚତ୍ର ଏ କାରିଗର ! ଗଢ଼ିଛି ଯେ ଏ ସଂସାର !
କେବେ କରିଥାଏ ପରକୁ ନିଜର !ପୁଣି କେବେ କରେ ଆପଣାଙ୍କୁ
ପର!!
ମାନଅଭିମାନ ସହିଥାନ୍ତି "ପର" ! ବିପଦେ ଝରାଇ ଲୁହ !
ଆପଣାର ଲୋକ ହସୁଥାନ୍ତି ଦେଖି ! ବିପଦ ପଡିଲେ ମୋର !!
ରକ୍ତର ସମ୍ପର୍କ ଫିକା ଯେ ପଡଇ ! ସ୍ୱାର୍ଥରେ ପଡିଲେ ବାଧା
ପିତା ମାତାଙ୍କୁ ବି ଭାଗରେ ବସାନ୍ତି ! କରିଦେଇ ଅଧା ଅଧା !!
ଆଖି ଥାଉ ଥାଉ ଅନ୍ଧଯେ ହୁଅନ୍ତି ! ନପାରନ୍ତି କିଛି ଦେଖି !
ଦେଖିଲା ବେଳକୁ ନଥାଏତ କିଛି ! ପୂରି ଯାଇଥାଏ ପୋଥି !!
ବିପଦେ ପଡ଼ିଣ ଭାଗ୍ୟକୁ ନିନ୍ଦନ୍ତି ! ଖୋଜନ୍ତି ଆପଣା ଜ୍ଞାନ୍ତି !
ଜୀବନଟା ଯାକ ଅରଜନ୍ତି ପାପ ! ନଥାଏ ଟିକିଏ ଶାନ୍ତି !!
ଏମିତି ସମ୍ପର୍କ ଚାହେଁନାଏ ମୁହିଁ ! ଯେବେ ଥାଏ କିଛି ପାଇବାର ଆଶା !
ଲୋଡ଼ାତ ମୋହର ବିପଦେ ସାହସ ଖୁସିରେ ହସ !
ଆଉ ଥିବ ଜୀବନ ସାରା !!
🙏🙏🙏ମହେଶ🙏🙏🙏
Comments
Post a Comment