ପ୍ରାର୍ଥନା ମୁକ୍ତିର ଅପେକ୍ଷା ,ଓଡ଼ିଆ





ଚକା ଚକା ଆଖି ତୋର ହେ ଚକାନୟନ !
ଚକା ଆଖି ନୁହେଁ ସେତ ସେ ଏ ବିଶ୍ୱ  ବ୍ରହ୍ମାଣ୍ଡ !!

ତୁମ୍ଭେ ପ୍ରଭୁ ବସି ଅଛ ଲୀଳା ସୁଷ୍ଟି କରି !
ତୁମ୍ଭ ଲୀଳା କେ ବୁଝିବ ହେ ଚକ୍ରଧାରୀ !!

ଜୀବନ ଗଣିତ ପ୍ରଭୁ ଲାଗେଭାରି କଷ୍ଟ !
ବୁଝିନପାରି ହୁଏ ମୁ ପଥ ଭ୍ରଷ୍ଟ !!

ଜୀବନଟା ଯାକ ପ୍ରଭୁ ଅରୁଜୁଛି ପାପ !
ଦିଅ ପ୍ରାୟଶ୍ଚିତ କରିବାର ସାହସ !!

ମୋ ପାପ ଆଉ ପୁଣ୍ୟ ତୁମକୁତ ଜଣା !
ମିଛେ କାଇଁ କରୁଅଛ ମୋତେ ବାଟ ବଣା !!

ମାଗୁନାହିଁ ତୁମକୁ ମୁଁ ଧନ ଦୌଉଲତ  !
ଲୋଡ଼ା ନାହିଁ ମୋର ମୋତି କି ମାଣିକ !!

ମୁକ୍ତିର ପଥ କୁ ଖାଲି ରହିଛି ଅନାଇ  !
ଏତିକି କରୁଣା କର ହେ ଜଗତସାଇଁ !!

ଦିଅହେ ଦେଖାଇ ମୋତେ ସତ୍ୟ ର ପଥ ! 
ଚାଲିବି ମୁଁ ନିରତେ ନଭାବିବି କଷ୍ଟ !!

ଏ ଆଶା ଭରଷା ପ୍ରଭୁ କରହେ ପୁରଣ !
ଯୁଗେ ଯୁଗେ ପୁଜୀବୀ ମୁଁ ତୁମ୍ଭ ଶ୍ରୀଚରଣ !!

ଓଁ ବନ୍ଦେ ମହାପୁରୁଷ ତେ ଚରଣାର ବିନ୍ଦେ ବନ୍ଦେ
::::::::::::::::::🙏ମହେଶ🙏::::::::::::::::::::

Jay maa saraswati





Comments

Post a Comment

Popular posts from this blog

ସଫଳତା ର ଅନ୍ୟ ନାମ ସଂଘର୍ଷ success life story odia

20+Jay Jagannath good morning images