ଜାଣିନିଅନ୍ତୁ ବ୍ୟାଙ୍କ ଘରୋଇକରଣ ହେଲେ ସାଧାରଣ ଗ୍ରାହକର ଅନ୍ୟକ ଅସୁବିଧା
ବ୍ୟାଙ୍କ ଘରୋଇକରଣ,
ସାଧାରଣ ଜନତାଙ୍କ ଅଧିକାର ହରଣ
ଗ୍ରାମାଞ୍ଚଳ ରେ ବାସ କରୁଥିବା ଲୋକମାନେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ
ହେବେ।
2-ବେକାରୀ ସଂଖ୍ୟା ବୃଦ୍ଧି ପାଇବା ସହିତ ଲକ୍ଷ ଲକ୍ଷ ଲୋକ ନିଜର ବୃତ୍ତି ହରାଇ ବସିବେ।
3-ସାଧାରଣ ଲୋକ ମାନଙ୍କୁ ନିଜର ବ୍ୟାଙ୍କ ଖାତାରେ ଏକ "ସର୍ବନିମ୍ନ ରାଶି" ୨ହଜାର ରୁ ଅଧିକ ଜମାରଖିବାକୁ ପଡିବ ନଚେତ୍ ଦଣ୍ଡବିଧାନ ବା ପେନାଲ୍ଟି ସ୍ବରୂପ ଏକ ବୃହଦାକାର ରାଶି (ଯାହାର ପରିମାଣ 600 ଟଙ୍କା ପ୍ରତି ମାସମଧ୍ଯ ହୋଇପାରେ) ବ୍ୟାଙ୍କକୁ ପୈଠ କରିବାକୁ ପଡିବ ।
4-କୃଷକ ଭାଇ ମାନଙ୍କୁ ଚାଷ ଋଣ ମିଳିବ ନାହିଁ, କ୍ଷୁଦ୍ର ବ୍ୟବସାୟୀ ଭାଇ ମାନଙ୍କ ଋଣ ନେବାରେ ଅନେକ ସମସ୍ୟା ସୃଷ୍ଟି ହେବ
ଏକ ନ୍ୟୁନ ଧରଣର ବ୍ୟବସାୟିକ ଋଣ ନିମନ୍ତେ(5 ଲକ୍ଷରୁବି କମ) ଋଣଧାରୀଙ୍କୁ ପ୍ରକ୍ରିୟାକରଣ ଦେୟ (Processing Fee) ସ୍ବରୂପ ଅଧିକ ପରିମାଣର ଟଙ୍କା ବ୍ୟାଙ୍କକୁ ଦେୟ କରିବାକୁ ପଡିବ, ଯାହା ବିଭିନ୍ନ ଜାତୀୟ ବ୍ୟାଙ୍କରେ ନଗଣ୍ଯ କିମ୍ବା ଅତି ସାମାନ୍ଯ ଅଟେ ।
5- ଗ୍ରାହକମାନଙ୍କୁ ନିଜ ଅଜାଣତରେ ଉକ୍ତ ବ୍ୟାଙ୍କଗୁଡିକୁ ଅନେକମାତ୍ରାରେ ଲୁକାୟିତ ଦେୟ (Hidden Fee) ପୈଠକରିବାକୁ ପଡିବ, ଯାହାର ପରିମାଣ ଅତ୍ୟଧିକ ମଧ୍ଯ ହୋଇପାରେ ।
6- ଏହି ଘରୋଇକୃତ ବ୍ୟାଙ୍କବ୍ୟବସ୍ଥା କେବଳ ଧନୀକଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ସୁହାଇଲା ବେଳେ ଅନ୍ଯାନ୍ଯ ସାଧାରଣଓ ଗରୀବ ବର୍ଗର ଲୋକେ ଏପରିସ୍ଥଳେ ଅନେକାଂଶରେ ବ୍ୟାଙ୍କ ସେବାରୁ ବଂଚିତ ହେବେ ।
7- ବ୍ୟାଙ୍କଗୁଡ଼ିକରୁ ଋଣ ନେବା ସମୟରେ ସାଧାରଣ ବର୍ଗର ଲୋକେ ପୂର୍ବବତ୍ ନମନୀୟତା ବା ଅକ୍ଳେଶତା ପାଇବା ସହଜ ହେବନାହିଁ ।
8-ସାଧାରଣ ଜନତାଙ୍କ ନିମନ୍ତେ ପ୍ରଯୁଜ୍ୟ ଅନେକ ପରିଯୋଜନାକୁ ମଧ୍ଯ ପ୍ରାଧାନ୍ୟ ନଦିଆଯାଇପାରେ ।
9- ଘରୋଇକରଣ ବ୍ୟାଙ୍କରେ ଯେକୌଣସି ଋଣ ନିମନ୍ତେ ସାଧାରଣ ଗ୍ରାହକଟିଏ ଅତ୍ୟଧିକ ସୁଦ୍ଧର ଶୀକାର ହେବା ଏକ ଅସ୍ବାଭାବିକ କଥା ନୁହେଁ ।
10- ଗ୍ରାହକମାନେ ନିଜର ଜମାରାଶି ଉପରେ ପାଉଥିବା ନିଶ୍ଚିତତା, ଜାତୀୟ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କଗୁଡ଼ିକଯେ ପ୍ରଦାନ କରିବେ, ଏହା ଏକ ବଡ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
11- ଦରଖାସ୍ତ ପରିବର୍ତ୍ତନ, ନିଜର ଖାତା ସମ୍ବନ୍ଧୀୟ ଲିଖିତ ତଥ୍ଯ, ଡିମାଣ୍ଡ୍ ଡ୍ରାଫ୍ଟ୍, ମୋବାଇଲ ନମ୍ବର ପରିବର୍ତ୍ତନ ଆଦି ସାଧାରଣ ସେବା ନିମନ୍ତେ ଗ୍ରାହକମାନଙ୍କୁ ପୂର୍ବାପେକ୍ଷା ଅଧିକ ଶୁଳ୍କ ଦେବାକୁପଡିବ ।
ଘରୋଇକରଣ ବିତ୍ତଶାଳୀ ଗ୍ରାହକମାନଙ୍କ ନିମନ୍ତେ ଏକ ସୁଖପ୍ରଦ ବିଷୟ ହୋଇପାରେ ମାତ୍ର ସାଧାରଣ ଏବଂ ଗରୀବ ଶ୍ରେଣୀର ଜନସମୁଦାୟଙ୍କ ନିମନ୍ତେ ଏହା କେତେ ଚିନ୍ତାଜନକ ତାହା ଉପରୋକ୍ତ କାରଣମାନଙ୍କରେ ଜ୍ବଳନ୍ତ ଦୃଶ୍ୟମାନ ।
ତେବେ ଆସନ୍ତୁ ମିଳିମିଶି ଏହାର ପ୍ରତିବାଦ କରିବା ଗୋଟିଏ ସ୍ୱର ରେ ଆମର ସମସ୍ୟା କୁ ସରକାରଙ୍କ ପାଖରେ ପହଞ୍ଚାଇବା
ଜାଗୋ ଗ୍ରାହକ ଜାଗୋ
Comments
Post a Comment