ଦିଗହରା ମଣିଷ
ଦିଗହରା ମଣିଷ
ଦିଗହରା ପକ୍ଷୀ ପରି ସମସ୍ତେ ଆଜି ପ୍ରତିଟି ମୁହୂର୍ତ୍ତ ଶାନ୍ତି ଖୋଜି ବୁଲୁଛନ୍ତି ହେଲେ ନିଜର ଅଶାନ୍ତି ର କାରଣ ଯେ ଆମେ ନିଜେ ଅଟୁ ଏହା ଆମ୍ଭେ ଭୁଲିଯାଉଛନ୍ତି |
କାରଣ ମଣିଷ ଲୋଭ, ମାୟା, ଅହଙ୍କାର, ଭିତରେ ବୁଡିରହିଥାଏ
ଆଉ ଶେଷ ଯାଏ ମୋର...ମୋର...କହିଚାଲିଥାଏ। କିନ୍ତୁ ଏହା ସତ୍ୟ ଯେ ମୋର ବୋଲି ଏ ସଂସାର ରେ କିଛି ନାହିଁ |
ଯଦି କିଛି ଅଛି ତାହା ହରି ନାମ ଆଉ ସଂକୀର୍ତ୍ତନ ଯାହା ଆତ୍ମା କୁ ଶାନ୍ତି ଦେଇଥାଏ ମୃତ୍ୟୁ ପରେ ବି ବଞ୍ଚି ରହିଥାଏ।
ଆପଣ ଏହା ଜାଣିଥିବେ ଦସ୍ୟୁ ରତ୍ନାକର ଗୋଟିଏ ଗରିବ ପରିବାର ଜନ୍ମଗ୍ରହଣ କରିଥିଲେ ଅନେକ ଦୁଃଖ କଷ୍ଟରେ ଚଳୁଥିଲେ ,
ନିଜର ଅଭାବ ଅନଟନକୁ ଦୂର କରିବାକୁ ସେ ଭୁଲ ରାସ୍ତା କୁ ବାଛିନେଲେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଠୁ ଲୁଟପାତ
କରିଲେ ଅନେକ ନିରୀହ ପ୍ରାଣୀ ଙ୍କୁ ହତ୍ୟା କରି ନିଜ ପରିବାର କୁ ଖୁସିରେ ରଖିଲେ କିନ୍ତୁ ନିୟତିର ବିଚାର ଥିଲା କିଛି ଅଲଗା,
ଦିନେ ନାରଦ ଦସ୍ୟୁ ରତ୍ନାକର ଙ୍କ ପାଖରେ ପହଁଚିଲେ ତାଙ୍କୁ ଧର୍ମ ର ମାର୍ଗ ସମ୍ବଧରେ ବୁଝାଇଲେ ଆଉ ତୁମେ ପାପ କରୁଛ ବୋଲି କହିଲେ କିନ୍ତୁ ଦସ୍ୟୁ ରତ୍ନାକର ନାରଦଙ୍କ କଥାରେ ଭୀଷଣ ରାଗିଗଲେ ଏବଂ କହିଲେ ମୋ ପରିବାର କୁ ଖୁସିରେ ରଖିବା ମୋର ପ୍ରଥମ ଧର୍ମ ଆଉ କର୍ତ୍ତବ୍ୟ ସେଥି ପାଇଁ ମୁଁ ସବୁକିଛି କରିପାରିବି ଠିକ ଭୁଲ ମୋତେ ନ ବୁଝାଇ ଆପଣ ଶୀଘ୍ର ଏ ସ୍ଥାନ ଛାଡି ପଳାନ୍ତୁ ଏହା ଶୁଣି ନାରଦ ହସିଲେ କହିଲେ ଠିକ ଅଛି ମୁଁ ଚାଲିଯିବି କିନ୍ତୁ ମୋତେ ଗୋଟିଏ ପ୍ରଶ୍ନ ର ଉତ୍ତର ଦିଅନ୍ତୁ ।
ଦସ୍ୟୁରତ୍ନାକର କହିଲେ ଠିକ ଅଛି ପଚାରନ୍ତୁ ନାରଦ କହିଲେ ତୁମେ ଯାହା ପାଇଁ ଏ ସବୁ କରୁଛ ସେ କଣ ତୁମ ପାପ ରୁ କିଛି ଅଂଶ ବା ତୁମେ କରୁଥିବା ପାପ ର ଭାଗୀଦାରୀ ହେବେ?
ଏହଶୁଣି ଦସ୍ୟୁ ରତ୍ନାକର କହିଲେ ହଁ ନିଶ୍ଚୟ ହେବେ କାହିଁକି ନା ମୁଁ ତ ସେଇମାନଙ୍କ ପାଇଁ ଏ ସବୁ କରୁଛି, ନାରଦ କହିଲେ ତାହେଲେ ଠିକ ଅଛି ମୁଁ ଏଠି ଅପେକ୍ଷା କରିଛି ତୁମେ ଯାଇ ତୁମ ଘରେ ପଚାରିକି ଆସ, ଏହାଶୁଣି ରତ୍ନାକର କହିଲେ ତାହାର ଆବଶ୍ୟକତା କିଛି ନାହିଁ ମୁଁ ଯାହା କହୁଛି ଠିକ ମୋର ସେମାନଙ୍କ ଉପରେ ଯଥେଷ୍ଟ ବିଶ୍ୱାସ ଭରଷା ଅଛି| ତେଣୁ ପଚାରିବାର ଆବଶ୍ୟକତା କିଛି ନାହିଁ କିନ୍ତୁ ନାରଦ ଜିଦ ଧରିଲେ ତୁମେ ଯାଇ ଥରେ ପଚାରି ଦେଖ ଏହା ଶୁଣି ରତ୍ନାକର ନିଜ ଘରକୁ ଯାଇ ସମସ୍ତଙ୍କୁ ପଚାରିଲେ ହେଲେ ସତ୍ୟ ଯାହା ସତ୍ୟ ନିଜେ କରୁଥିବା ପାପର ଭାର ଯେ ନିଜେ ବୋହିବାକୁ ପଡିବ ଏ କଥା ସେ ବୁଝିଗଲେ ସେ ସଂଗେ ସଂଗେ ସେଠାରୁ ଆସି ନାରଦ ଙ୍କୁ ଭେଟିଲେ ଏବଂ ନିଜର ଭୁଲ ର ପ୍ରାୟଶ୍ଚିତ କରିବାକୁ ଚାହିଁଲେ
ନାରଦ ସ୍ମିତହାସ୍ୟ ହୋଇ ତାଙ୍କୁ ପ୍ରସ୍ତାବ ଦେଲେ ତୁମେ ତପସ୍ୟା
କର ଭଗବାନ ଙ୍କୁ ମନ ପ୍ରାଣ ସମର୍ପିତ କର ଏହା ହିଁ ତୁମର ପ୍ରାୟଶ୍ଚିତ।
ଆଉ ଏହାହିଁ ଶାନ୍ତିର ମାର୍ଗ ନାରଦ ଙ୍କ କଥା କୁ ସମର୍ଥନ କରି ଭଗବାନ ଙ୍କ ପାଖରେ ସବୁକିଛି ସମର୍ପଣ କରି ଅନେକ ବର୍ଷ ପରେ ଦସ୍ୟୁରତ୍ନାକର ବାଲ୍ମିକୀ ନାମରେ ନାମିତ ହେଲେ।
ବାସ୍ତବରେ ଆଜିର ସମାଜ ରେ ସଂସାର ତ୍ୟାଗ କରିବା ସହଜ କଥା ନୁହେଁ କିନ୍ତୁ ଆମେ ସଂସାର ଭିତରେ ଥାଇ ମଧ୍ୟ ଭଗବାନ ଙ୍କୁ ସ୍ମରଣ କରିବା କଥାରେ ଅଛି ଭକ୍ତିରେ ଭଗବାନ ସବୁଦିନ ମନ୍ଦିରକୁ ଗଲେ ଭଗବାନ ମିଳନ୍ତି ନାହିଁ, ନିଜ ମନ ମନ୍ଦିର ରେ ହିଁ ଭଗବାନ ଅଛନ୍ତି କେବଳ ଭକ୍ତି ଆଉ ଶ୍ରଦ୍ଧା ହିଁ ହୃଦୟରେ ଅନେକ ଶାନ୍ତି ର ମାର୍ଗ ମିଳିଥାଏ। ସେଇ ଶାନ୍ତି ଆତ୍ମା କୁ ତୃପ୍ତି କରାଇଥାଏ।
Hi #https://studyinsupport.blogspot.com/
ReplyDelete