ପ୍ରାର୍ଥନା ମୁକ୍ତିର ଅପେକ୍ଷା ,ଓଡ଼ିଆ
ଚକା ଚକା ଆଖି ତୋର ହେ ଚକାନୟନ !
ଚକା ଆଖି ନୁହେଁ ସେତ ସେ ଏ ବିଶ୍ୱ ବ୍ରହ୍ମାଣ୍ଡ !!
ତୁମ୍ଭେ ପ୍ରଭୁ ବସି ଅଛ ଲୀଳା ସୁଷ୍ଟି କରି !
ତୁମ୍ଭ ଲୀଳା କେ ବୁଝିବ ହେ ଚକ୍ରଧାରୀ !!
ଜୀବନ ଗଣିତ ପ୍ରଭୁ ଲାଗେଭାରି କଷ୍ଟ !
ବୁଝିନପାରି ହୁଏ ମୁ ପଥ ଭ୍ରଷ୍ଟ !!
ଜୀବନଟା ଯାକ ପ୍ରଭୁ ଅରୁଜୁଛି ପାପ !
ଦିଅ ପ୍ରାୟଶ୍ଚିତ କରିବାର ସାହସ !!
ମୋ ପାପ ଆଉ ପୁଣ୍ୟ ତୁମକୁତ ଜଣା !
ମିଛେ କାଇଁ କରୁଅଛ ମୋତେ ବାଟ ବଣା !!
ମାଗୁନାହିଁ ତୁମକୁ ମୁଁ ଧନ ଦୌଉଲତ !
ଲୋଡ଼ା ନାହିଁ ମୋର ମୋତି କି ମାଣିକ !!
ମୁକ୍ତିର ପଥ କୁ ଖାଲି ରହିଛି ଅନାଇ !
ଏତିକି କରୁଣା କର ହେ ଜଗତସାଇଁ !!
ଦିଅହେ ଦେଖାଇ ମୋତେ ସତ୍ୟ ର ପଥ !
ଚାଲିବି ମୁଁ ନିରତେ ନଭାବିବି କଷ୍ଟ !!
ଏ ଆଶା ଭରଷା ପ୍ରଭୁ କରହେ ପୁରଣ !
ଯୁଗେ ଯୁଗେ ପୁଜୀବୀ ମୁଁ ତୁମ୍ଭ ଶ୍ରୀଚରଣ !!
ଓଁ ବନ୍ଦେ ମହାପୁରୁଷ ତେ ଚରଣାର ବିନ୍ଦେ ବନ୍ଦେ
::::::::::::::::::🙏ମହେଶ🙏::::::::::::::::::::
Very very nice
ReplyDeleteVery very nice
ReplyDelete