ଆସିବ ମହାପ୍ରଳୟ କଳି ହେବଶେଷ..........!
ପାହିଲାଣୀ ରାତି ବାଜିଲାଣି ଶଙ୍ଖ ! ଚତ୍ରୁଦୀଗୁ ଶୁଭେ ତ୍ରାହି ଜଗନ୍ନାଥ !!
ଶୁଭେ ହୁଳ ହୁଳି ପୁଣି ବାଜେ କରତାଳି ! ଲାଗୁଛି ସତେକି କଳି ଯିବ ଅପସରି !!
ସତେକି ଅଧର୍ମ ହୋଇବ ନାଶ ! ଲେଖାକି ହୋଇବ ଏକ ନୁଆ ଇତିହାସ !!
ବଦଦାଣ୍ଡେ ଲାଗିଅଛି ଭକତ ଗହଳି ! ତ୍ରାହି ତ୍ରାହି ଡାକେ ଦାଣ୍ଡ ଯାଉଛି ଉଛୁଳି !!
ଭକତଙ୍କ ଦୁଃଖେ ଦୁଃଖି ସ୍ୱୟଂ ଜଗନ୍ନାଥ ! ପାପିଙ୍କୁ ନାସିବା ପାଇଁ କରିବେ ଚକ୍ରାନ୍ତ !!
ତାଙ୍କ ଚକ୍ରେ ପାପ ନାଶ ହେବତ ନିଶ୍ଚୟ ! ଧର୍ମର ହେବ ଜୟ ନାହିଁଟି ସଂଶୟ
ଅଧର୍ମପଥରୁ ରଖ ନିଜକୁ ଦୂରେଇ ! ଉଦ୍ଧାରିନେବେ ପ୍ରଭୁ ଅଧର୍ମୀଙ୍କୁ ମାରି !!
ଯେବେ ଯେବେ ବଢି଼ଅଛି ଅଧର୍ମ ଭାର ! ନାନା ରୂପେ କରିଛନ୍ତି ଧର୍ମକୁ ଉଦ୍ଧାର !!
ବିନାଶର ଆଗମନ ସୂଚନା ଦିଅନ୍ତି ! ବିଳମ୍ବ ହୋଇଲେ ପୁଣି ପ୍ରଳୟ ଆଣନ୍ତି !
ପ୍ରଳୟର ଭାରକୁ ଦି ଭାଗଜେ କରନ୍ତି ! ପାପ ଆଉ ପୁଣ୍ୟର ହିସାବ ନିଅନ୍ତି!!
ପାପ ଆଉ ପୁଣ୍ୟ ଦୁଇପାଦ ଦେଇଛନ୍ତି ହରି ! ପଥ ଚିହ୍ନି ବାଟ ଚାଲ ଯିବଜଦି ତରି !!
Jay Jagannath
Many many Thank you sir
ReplyDelete