ଜୀବନଟା ଛାଇ ଆଲୋକ ଖେଳରେ ! ଲୁଚକାଳୀ ଯେବେ ............ସମ୍ପୁର୍ଣ୍ଣ ପଢ଼ନ୍ତୁ !
ଜୀବନଟା ଛାଇ ଆଲୋକ ଖେଳରେ ! ଲୁଚକାଳୀ ଯେବେ ଖେଳୁଥିଲା !!
ବଞ୍ଚିବା ମରିବା ଦୁଇଟି ଶବ୍ଦର .....! ମାନେତ କିଛିନଥିଲା ........!!
ସଂଘର୍ଷର ପଥ ଥିଲାତ କଠୋର ! ଥକିପଡିଥିଲି ଚାଲି ଚାଲି..... !!
ଖୋଜିବୁଲୁଥିଲି ଅନ୍ଧାରେ, ଆଲୋକ ! ସ୍ନେହ ମମତା ଟିକେ ଖାଲି !!
ସେହି ପଥ ଦେଇ ତୁମେ ଚାଲୁଥିଲ ! ତୁମସାଥିରେ ହେଲା ଦେଖା !!
ସତେକି ଲାଗିଲା ଆସିଛ ଯେମିତି ! କରିବାକୁ ମୋତେ ରକ୍ଷା !!
ବଞ୍ଚିବାର କିଛି ଆଶାରଝଲକ ! ଦେଇଥିଲ ତୁମେ ଶିକ୍ଷା !!
ତୁମକଥା ଶୁଣି ଲାଗିଲା ଏମିତି ! ହୃଦୟମୋ କରିଥିଲା ତୁମରି ଅପେକ୍ଷା !!
ତୁମରି କଥାରେ ସତେ ଥିଲାକି ଯାଦୁ ! ହୃଦୟକୁ ମୋ କିଣିନେଲ !!
ଶରତ ଋତୁର ମଳୟ ପବନେ ! ମୋ ହୃଦୟେ ଖେଳେଇ ଦେଲ !!
ପ୍ରକୃତି କୋଳରେ କାଶତଣ୍ଡି ଫୁଲ ! ହସୁଥିଲା ତ ଧରଣୀରାଣୀ !!ସତେକି ଲାଗିଲା ମରୁଭୂମି ରୁ ! ମିଳିଗଲା ଟୋପାଏ ପାଣି !!
ମୋହାତ ଧରି ପାଖରେ ବସି ! କହିଲ ମନର ଭାଷା ସେହି ଦିନଠାରୁ ହଜିଯାଇଛି ମନର ସବୁ ବ୍ୟଥା !!
ରଖିଛି ସାଇତି ହୃଦୟେ ମୋହର ଆଙ୍କିଛି ତୁମରି ଛବି ! ତୁମେ ଥିବ ଯଦି ପାଖରେ ମୋର ସାରା ଜୀବନ ହସୁଥିବି !!
🙏🙏🙏ମହେଶ🙏🙏🙏
💅💅💅💅💅
💖💖
🌹
Comments
Post a Comment