ତୁମେ ଗଲାପରେ ଓଡ଼ିଆ କବିତା ! ଏକ ହୃଦୟ କୋହଭରା ଜୀବନ କାହାଣୀ
ଯେବେ ଠାରୁ ମୋହାତକୁ ତୁମ ହାତରେ ରଖିଲି
ଜୀବନର ଦୁଃଖ, ଭୟ ସବୁଭୁଲିଗଲି !
ଜନଗହଳିରେ ଯେବେ ପଥ ଚାଲୁଥିଲି ତୁମରି ହାତକୁ ମୁଁ ଜାବୁଡି ଧରୁଥିଲି !
ଲାଗୁଥିଲା ସାରା ସଂସାର ମୋରି ହାତରେ ପୁଣି ଲାଗୁଥିଲାଡର ମୋତେ ବେଳେ ବେଳେ କାଳେ ହଜିଯିବିକି ମୁଁ ଲୋକ ଗହଳିରେ !
ଯେବେଠାରୁ ଛଡାଇନେଲ ମୋହାତରୁ ତୁମ ହାତକୁ
ଏକୁଟିଆ ଠିଆ ହୋଇ ଖୋଜୁଥିଲା ମୋ ଆଖି ତୁମକୁ !
ଏକୁଟିଆ ଦେଖି ସବୁ ଫେରିଚାହୁଁଥିଲେ କାହିଁ କିଏ ତୁମପରି ଲାଗୁତନଥିଲେ !
କଉଥିରେ କମିତ ନାହିଁ ଜୀବନର ତଥାପି ତୁମ ସ୍ନେହପରି ପାଉନି କାହାର !
ଖାଉଛି ପିନ୍ଧୁଚି ଭଲରେ ତ ଅଛି କେଜାଣି କାହିଁକି ତୁମକୁ ଝୁରୁଛି !
ତୁମପାଇଁ ରଖିଥିଲି ନିଜକୁ ସଜେଇ ବହୁତ କାନ୍ଦୁଛି ଆଜି ତୁମକୁ ହଜେଇ !
ମରୁଭୂମିର ପାଣିସ୍ରୋତ ପରି ଟିକିଏ ସ୍ନେହ କାହାଠାରୁ ମିଳିଗଲେ
ଭାବେ ସତରେ ମୁଁ ତୁମରି !
ହଜିଯାଏ ମଜିଯାଏ ସପନରାଇଜେ ସପନ ଭାଙ୍ଗିଲେ ତୁମକୁ ମୁଁ ଖୋଜେ!
ଜୀବନପଥରେ କିଛି ମିଳେ କିଛି ହଜିଯାଏ କିଏ ଭୁଲିଯାଏ କିଏ ଝୁରୁଥାଏ !
Comments
Post a Comment